Home » Indian Railways New Rules: ଏଥର ଟ୍ରେନରେ ଯାତ୍ରା ବେଳେ Mobile ରେ ଜୋରରେ କଥା ହେବା ମନା, ପାରିବେନି ଗୀତ ଶୁଣି 

Indian Railways New Rules: ଏଥର ଟ୍ରେନରେ ଯାତ୍ରା ବେଳେ Mobile ରେ ଜୋରରେ କଥା ହେବା ମନା, ପାରିବେନି ଗୀତ ଶୁଣି 

train_cancelled
Share this:

ଭୁବନେଶ୍ଵର: Indian Railways New Rules ଆପଣ ଟ୍ରେନ (Train Journey) ରେ ଯାତ୍ରା କରୁଛନ୍ତିକି! ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ଉପଭୋଗ କରନ୍ତି କିମ୍ବା କାର୍ଯ୍ୟ ହେତୁ ଟ୍ରେନରେ ଯାତ୍ରା କରିବାକୁ ପଡେ ତେବେ ଏହି ସୂଚନା ଆପଣଙ୍କ ପାଇଁ। ଭାରତୀୟ ରେଳବାଇର ନିୟମ ସମୟ ସମୟରେ ବଦଳିଥାଏ। ଟ୍ରେନରେ ଯାଉଥିବା ଯାତ୍ରୀମାନେ ଏହା ବିଷୟରେ ଅବଗତ ହେବା ଜରୁରୀ। ରେଳରେ ଯାତ୍ରା ସମୟରେ ଯାତ୍ରୀଙ୍କ ମଧ୍ୟରେ ଶାଳୀନତା ଏବଂ ଶିଷ୍ଟାଚାର ବଜାୟ ରଖିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସୂଚନା ଅନୁସାରେ ବର୍ତ୍ତମାନ ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ (Passengers) ଉଚ୍ଚସ୍ୱରରେ ମୋବାଇଲ୍‍ ଫୋନ୍‍ (Mobile Pone) ରେ  କଥା ନ ହେବା କିମ୍ବା ଜୋର୍‍ ରେ ଗୀତ ନ ବଜାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟିକେଟ୍‍ ଯାଞ୍ଚ କର୍ମଚାରୀ (TTE) ଙ୍କ ସହିତ ରେଳବାଇ ସୁରକ୍ଷାବଳ (RPF) ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ରାତି ୧୦ଟାଠାରୁ ରେଳ ପ୍ରକୋଷ୍ଠ ମଧ୍ୟରେ ଆଲୋକ ବ୍ୟତୀତ କ୍ୟାବିନ୍‍ ରେ ଥିବା ଲାଇଟ୍‍ ବ୍ୟବହାର ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share this:

Leave a Reply

Your email address will not be published. Required fields are marked *