ଦେବଗଡ: Truck runs over a cart in Deogarh ଦେବଗଡ଼ ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥ ତିଳେଇବଣି ବ୍ଲକର ଅସୁରଖୋଳ ଗ୍ରାମ ନିକଟରେ ଆଜି ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ବଳଦ ବି ଜୀବନ ହାରିଛନ୍ତି।
ସୂଚନାଅନୁସାରେ ଚାଷୀ ଦମ୍ପତି ନିଜର ଅମଳ ହୋଇଥିବା ଫସଲ ଆଣିବା ଲାଗି ଶଗଡ଼ରେ କ୍ଷେତକୁ ଯାଉଥିଲେ। ହଠାତ୍ ତିଲେଇବଣି ଛକରେ ଦେବଗଡ଼ (Deogarh) ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ରକ୍ ଶଗଡ଼କୁ ପଛପଟୁ ଧକ୍କା ଦେବାରୁ ଶଗଡ଼ରେ ଥିବା ଦମ୍ପତ୍ତିଙ୍କ ସହ ଦୁଇଜଣ ବଳଦଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଅସୁରଖୋଳ ଗ୍ରାମର ଶରତ ସାହୁ ଏବଂ ତାଙ୍କ ବିଶାଖା ସାହୁ।
ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ କ୍ଷତି ପୁରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକମାନେ ରାଜପଥରେ ରାସ୍ତାରୋକ କରିଥିଲେ ଫଳରେ ଦୀର୍ଘସମୟ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
Read Also
- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ

- Maha Vishuba Sankranti: ମହାବିଷୁବ ସଂକ୍ରାନ୍ତି 2026 ଓଡ଼ିଆ ନବବର୍ଷର ଗୁରୁତ୍ୱ, ପରମ୍ପରା ଓ ପାଳନ ପ୍ରଣାଳୀ

- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

Advertisement

