Home » MORE » Page 40

୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ଵର : ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ମସିହ ଲାଗି ୯ଟି ବିଭାଗରେ ଦଶ ଜଣ ଲେଖକଙ୍କୁ ଏହି ପୁରସ୍କାର ମିଳୁଛି ଓ ୨୦୧୬ ମସିହା ପାଇଁ ମଧ୍ୟ ଦଶ  ଜଣଙ୍କ ନାମ ଘୋଷଣା କରାଯାଇଛି। ସୂଚନା ଅନୁସାରେ ,୨୦୧୫ ମସିହାରେ ଉପନ୍ୟାସ ‘ଗୋଟିଏ ଯୋଡ଼ି ଗାଆଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡା, କ୍ଷୁଦ୍ରଗଳ୍ପ ସଂକଳନ ‘ଗପର ମୁହଁ’ ପାଇଁ ପବିତ୍ର ପାଣିଗ୍ରାହୀ, କବିତା ସଂକଳନ…

Read More

ଆସନ୍ତାକାଲି ଆଇସିଏସଇ ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ : ଆସନ୍ତାକାଲି ଅପରାହ୍ନ ୩ ଟାରେ ଆଇସିଏସଇ ବୋର୍ଡ ର ଦଶମ ଏବଂ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ।  କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ସିଏସ୍ଏସ୍ଇ) ଏହାର ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତିରେ ଦଶମ ଏବଂ ଦ୍ୱାଦଶ ଫଳାଫଳକୁ ନିଶ୍ଚିତ କରିଛି। ଆସନ୍ତାକାଲି ଶୁକ୍ରବାର ଅପରାହ୍ନ ୩ ଟା ରେ ଫଳାଫଳ ଘୋଷଣା କରାଯିବ। ଛାତ୍ରଛାତ୍ରୀଙ୍କ ଫଳାଫଳ ପରିଷଦର ଅଫିସିଆଲ୍ ୱେବସାଇଟରେ କ୍ୟାରିୟର ବିଭାଗରେ ଦେଖିପାରିବେ।

Read More

ସିବିଏସ୍‌ଇ ନବମ-ଦ୍ୱାଦଶ ସଂଶୋଧନ ସିଲାବସ ବର୍ତ୍ତମାନ ୱେବସାଇଟ ରେ ଉପଲବ୍ଧ

୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ମୁଖ୍ୟ ବିଷୟଗୁଡ଼ିକ ଅପରିବର୍ତ୍ତିତ ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ, ସାଂପ୍ରତିକ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳିତ ହେଉଥିବା ପାଠ୍ୟକ୍ରମକୁ ହ୍ରାସ ଓ ସଂଶୋଧିତ କରି ଛାତ୍ରଛାତ୍ରୀଙ୍କ ପାଠ୍ୟ ବୋଝ ହ୍ରାସ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)କୁ ନିର୍ଦେଶ ଦିଆଯାଇଛି। ସେ କହିଛନ୍ତି ଯେ, କିଛି ସପ୍ତାହ ପୂର୍ବରୁ ପାଠ୍ୟକ୍ରମ ହ୍ରାସ ନେଇ…

Read More

ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ଯ୍ୟକ୍ରମ ବାବଦରେ ୭୫୦ନିୟୁତ ଡଲାର ଯୋଗଇଦେବ । କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଉଦ୍ୟୋଗକୁ ଅର୍ଥ ଯୋଗାଣ ବୃଦ୍ଧି କରିବାରେ ଏହି ଅର୍ଥ ବ୍ୟୟ ହେବ। ପାଞ୍ଚ ବର୍ଷର କୋହଳ ସମୟ ସମେତ ମୋଟ ୧୯ବର୍ଷରେ ଭାରତକୁ କୋହଳ ହାରରେ ଏହି ଋଣ ପରିଶୋଧ କରିବାକୁ…

Read More

ରଥଯାତ୍ରାକୁ କୁ ନେଇ ସେବାୟତ,ପ୍ରଶାସନ ଏବଂ ସହଯୋଗ ପାଇଁ ଓଡ଼ିଶାବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସେବାୟତ,ମନ୍ଦିର ପ୍ରଶାସନ,ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ : ଗଜପତି ଦିବ୍ୟସିଂହ ଦେବ କୋଭିଡ଼-୧୯ ର କଟକଣା କୁ ପାଳନ କରି ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଲେ କିନ୍ତୁ ଓଡ଼ିଶା ସରକାରଙ୍କ  ପାଖରେ ସମୟ ଥିଲା ମାତ୍ର କେତେ ଘଣ୍ଟା। କିନ୍ତୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡ଼ିଥିଲା କିପରି ସୂଚାରୁ ରୂପେ ପ୍ରଭୁଙ୍କର ରଥଯାତ୍ରା ସମ୍ପୂର୍ଣ୍ଣ ହେବ। ଅତିସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀ ଙ୍କୁ ଧରି  ଶ୍ରୀମନ୍ଦିରକୁ…

Read More

ଆତ୍ମନିର୍ଭର ଭାରତ ଆପ୍‌ ଅଂଶୀଦାର ହେବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଆତ୍ମନିର୍ଭର ଭାରତ ଆପ୍‌ ନିର୍ମାଣ ଓ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି। ଲିଙ୍କେଡିନ୍‌ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍‌ ଓ ଷ୍ଟାର୍ଟଅପ୍‌ ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର ବିଭିନ୍ନ କ୍ଷେତ୍ରରେ ଯେଉଁ ବୈଷୟିକ ଆବଶ୍ୟକତା ଓ ଆହ୍ୱାନ ମାନ ସୃଷ୍ଟି  ହୋଇଛି ତାହାର ସମାଧାନ କରିବାକୁ ଯୁବ ପ୍ରଯୁକ୍ତିବିତ୍‌ମାନେ ଆଗେଇ ଆସିବାକୁ ଉଲ୍ଲେଖ କରିଛନ୍ତି। ଯୁବ ପ୍ରଯୁକ୍ତିବିତ୍‌ମାନେ ଏ କ୍ଷେତ୍ରରେ…

Read More

ନୀଳାଦ୍ରି ବିଜେ କଲେ ମହାପ୍ରଭୁ

ପୁରୀ : ନବଦିନର ଯାତ୍ରା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ କରି  ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି। ଘଣ୍ଟଘଣ୍ଟାର ତାଳେ ତାଳେ, ମୃଦଙ୍ଗ, ବିଜେକାହାଳି ବାଦ୍ୟରେ,ହରିବୋଲଏବଂ ହୁଳହୁଳି ରେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିର କୁ  ବିଜେ କରିଛନ୍ତି। ଚଳିତ ବର୍ଷ ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ଶେଷ ହୋଇଛି। ପ୍ରଥମେ ରାମକୃଷ୍ଣ ଏବଂ ମଦନମୋହନ ବିଜେ କରିଥିଲେ। ପରେ ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଜଗତର  ନାଥ…

Read More

ଧମ୍ମଚକ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଆଜି ଧମ୍ମଚକ୍ର ଦିବସ ଅବସରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆନ୍ତର୍ଜାତୀୟ ବୌଦ୍ଧ କନଫେଡେରେସନ୍ ଅଷାଢ ପୂର୍ଣ୍ଣିମାକୁ ଧମ୍ମଚକ୍ର ଦିବସ ଭାବରେ ପାଳନ କରୁଛି। ଏହି ଦିନ ଗୌତମ ବୁଦ୍ଧ ତାଙ୍କର ପାଞ୍ଚଜଣ ଅନୁଗାମୀ ଶିଷ୍ୟ କୁ  ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାର ରିସିପତନ ଠାରେ ଯାହାକି  ବର୍ତ୍ତମାନ ସାରନାଥ ନାମରେ ଜଣାଶୁଣା ବୌଦ୍ଧ ଧର୍ମର ପ୍ରଥମ ଉପଦେଶ ଦେଇଥିଲେ।…

Read More

କରୋନା ସଂକ୍ରମଣ ପାଇଁ ଓଡ଼ିଶାରେ ବୋଲବମ ଯାତ୍ରା ଏବର୍ଷ ହେବନାହିଁ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଏ ବର୍ଷ  ଶ୍ରାବଣ ମାସ ବୋଲବମ୍ ଯାତ୍ରା ବନ୍ଦ ରହିବ।ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମ‌ାର ଜେନା ଏହି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧର୍ମପୀଠ ବନ୍ଦ…

Read More

ମୁମ୍ବାଇରେ ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କର ମୃତ୍ୟୁ

ଆଜି ବଲିଓଡ଼ ପୁଣି ଜଣ ଙ୍କୁ ହରେଇଦେଇଛି। ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ସରୋଜ ଖାନଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। କିଛି ଦିନ  ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବା ପରେ ସରୋଜ ଖାନଙ୍କୁ ବାନ୍ଦ୍ରା ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ଦିନ ପରେ ସେ ସୁସ୍ଥ ହୋଇ ନିଜ ଘରକୁ ଫେରି ଆସିଥିଲେ। କୋରିଓଗ୍ରାଫରଙ୍କୁ ୭୨  ବର୍ଷ ବୟସ ହୋଇଥିଲା।…

Read More

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦ୍ଵାରା ପ୍ରାଥମିକ ଶ୍ରେଣୀ ପାଇଁ ୮ ସପ୍ତାହର ବିକଳ୍ପ ପାଠ୍ୟଖସଡ଼ା ଜାରି

କୋଭିଡ-୧୯ ଲକଡାଉନ ସମୟରେ ଘରେ ରହିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ କାର୍ଯ୍ୟକଳାପରେ ବ୍ୟସ୍ତ ରଖିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହଯୋଗରେ ଏନସିଇଆରଟି ପକ୍ଷରୁ ଏକ ବିକଳ୍ପ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକ ଓ ଶିକ୍ଷକମାନଙ୍କର ସହାୟତାରେ ଏହି ପାଠ୍ୟଖସଡ଼ା (ଏକାଡେମିକ କ୍ୟାଲେଣ୍ଡର) ଅନୁଯାୟୀ ପାଠପଢ଼ା ଜାରି ରଖିପାରିବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ନୂଆଦିଲ୍ଲୀ ଠାରେ ପ୍ରାଥମିକ ସ୍ତରର ପିଲାମାନଙ୍କ…

Read More