Home » ଜାତୀୟ » Page 17

President Visit Odisha: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଜିଠାରୁ ତିନି ଦିନିଆ ଓଡିଶା ଗସ୍ତ ଆରମ୍ଭ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind)  ତାଙ୍କ ପତ୍ନୀ ଦେଶର ପ୍ରଥମ ଲେଡିଙ୍କ ସହ ତିନି ଦିନିଆ ଓଡିଶା (Odisha) ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ଵର (Bhubaneswar) ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଶ୍ରୀ କୋବିନ୍ଦଙ୍କୁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ (Odisha Governor Prof Ganeshi Lal), ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik), କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Ministers Dharmendra…

Read More
rahul_gandhi

ପ୍ରଧାନମନ୍ତ୍ରୀ Make in India ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଫୋନ୍, ସାର୍ଟ ସବୁ ଚାଇନାରେ ତିଆରି: ରାହୁଲ ଗାନ୍ଧୀ

ଦିବ୍ରୁଗଡ: କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଆସାମ (Assam) ର ଦିବ୍ରୁଗଡ଼ରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଏହି ସମୟରେ ସେ ଦିବ୍ରୁଗଡର ଲାହୋୱାଲରେ ଛାତ୍ରମାନଙ୍କୁ ଭେଟିଥିଲେ। ଦିବ୍ରୁଗଡରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ‘ମେକ୍ ଇନ୍ ଇଣ୍ଡିଆ’ (Make in India) ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଯଦି ଆପଣ ମୋବାଇଲ୍ ଫୋନ୍, ସାର୍ଟ ଯାଞ୍ଚ…

Read More
rajyasabha2

Medical Termination of Pregnancy: ରାଜ୍ୟସଭାରେ ଗର୍ଭପାତ ସଂଶୋଧନ ବିଲ୍‍ ୨୦୨୧ ଗୃହୀତ

ନୂଆଦିଲ୍ଲୀ: ରାଜ୍ୟସଭାରେ ମାର୍ଚ୍ଚ ୧୬ ତାରିଖରେ ଡାକ୍ତରୀ ଆବଶ୍ୟକତା ସଂକ୍ରାନ୍ତ ଗର୍ଭପାତ ବିଲ୍‍ (Medical Termination of Pregnancy Bill-2021) ୨୦୨୧ ଗୃହୀତ ହୋଇଛି। ଏହି ବିଲ୍‍ଟି ୧୯୭୧ ଗର୍ଭପାତ ଆଇନରେ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ। ଗତ ୨୦୨୦ ମାର୍ଚ୍ଚ ୧୭ ତାରିଖରେ ଏହି ବିଲ୍‍ଟି ଲୋକସଭାରେ ଗୃହୀତ ହୋଇଥିଲା। ବିଲ ସଂଶୋଧନର ମୁଖ୍ୟାଂଶ ଏହି ବିଲ୍‍ ଅନୁସାରେ କେତେକ ସ୍ୱତନ୍ତ୍ର ଶ୍ରେଣୀ ମହିଳାଙ୍କ ପାଇଁ ଚିକିତ୍ସାଗତ ଆବଶ୍ୟକତା କାରଣରୁ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଭ୍ରୁଣର…

Read More
paradeep plastic park

Paradip Plastic Park: ପାରାଦୀପ ପ୍ଲାଷ୍ଟିକ ପାର୍କ ପାଇଁ ଆଇଓସିଏଲ୍ ଏବଂ ଇଡକୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ପାରାଦୀପ ପ୍ଲାଷ୍ଟିକ ପାର୍କ (Paradip Plastic Park) ର ବିକାଶ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ଏବଂ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (IDCO) ମଧ୍ୟରେ ଆଜି ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan), ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ହାଇବ୍ରିଡ ମୋଡରେ ଏହି…

Read More
mamata

West Bengal Election: ଦିନ ଆସିବ ଭାରତର ନାଁ ନରେନ୍ଦ୍ର ମୋଦୀ ହେବ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ (West Bengal) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banarji) କୋଭିଡ -19 ଟୀକାକରଣ (Covid-19 Vaccination) ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବାକୁ ନେଇ କଟାକ୍ଷ ଭାବରେ କହିଛନ୍ତି ଯେ ଦିନ ଆସିବ ଯେଉଁ ଦିନ ଦେଶର ନାମ ନରେନ୍ଦ୍ର ମୋଦୀ (Narendra Modi) ଙ୍କ ନାମରେ ନାମିତ ହେବ। ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଅଭିଯୋଗର ଜବାବରେ ବାନାର୍ଜୀ ଗୁଜୁରାଟ ଏବଂ ବଙ୍ଗଳାକୁ ତୁଳନା କରି ଗୁଜରାଟ ମଡେଲ ଉପରେ…

Read More
womensday

Women’s Day: ଭାରତ ଦେଶର ମହିଳାମାନଙ୍କର ଉଲବ୍ଧିକୁ ନେଇ ଗୌରବାନ୍ୱିତ: ପ୍ରଧାନମନ୍ତ୍ରୀ

ମାଆ ମାନେ ହେଲେ ଜନ୍ମଜାତ ନେତା: ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀକ ମହିଳା ଦିବସ (Women’s Day)। ବିଶ୍ୱରେ ଲିଙ୍ଗଗତ ସମାନତା, ମହିଳାମାନଙ୍କର ଉପଲବ୍ଧି ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଉପସ୍ଥିତିକୁ ଦର୍ଶାଇବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଉଛି। ସାଂସ୍କୃତିକ, ରାଜନୈତିକ, ଆର୍ଥିକ ଏବଂ ସାମାଜିକ ଜୀବନରେ ମହିଳାମାନଙ୍କର ଉପଲବ୍ଧିକୁ ଗୁରୁତ୍ୱ ଦେଇ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ମହିଳା ଦିବସର ବାର୍ତ୍ତା ହେଉଛି –…

Read More
pm-modi-visit

Jana Aushadhalaya: ଜନଷୌଧି କେନ୍ଦ୍ରର ଔଷଧ ବ୍ୟବହାର କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଦେଶବ୍ୟାପି ଥିବା ବିଭିନ୍ନ ଜନଷୌଧି କେନ୍ଦ୍ରର (Jana Aushadhalaya) ଔଷଧ ବ୍ୟବହାର କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଜନୌଷଧି ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହକୁ ଶ୍ରୀ ମୋଦି ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଉଦ୍‍ବୋଧନ ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିକାର ବ୍ୟୟବହୁଳ ଚିକିତ୍ସା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ଯୋଜନା ଗରିବ ଲୋକଙ୍କୁ ଏକ ବଡ ଆଶ୍ୱସ୍ତି ଆଣିଦେଇଛି। ଏହି…

Read More
bhubaneswar-ease of living

Ease of living index: ରହିବାପାଇଁ ସହର ବର୍ଗରେ ଭୁବନେଶ୍ୱର ଦ୍ୱିତୀୟ

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର(Ministry of Housing & Urban Affairs) ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀ ଆଜି ସହଜ ଜୀବନ ଧାରଣ ବା ଇଜ ଅଫ ଲିଭିଂ ସୂଚକାଙ୍କ (Ease of living index) ର ଚୂଡ଼ାନ୍ତ ରାଙ୍କିଙ୍ଗ ଘୋଷଣା କରିଛନ୍ତି। ଏଥିସହିତ ମନ୍ତ୍ରୀ ଶ୍ରୀ ପୁରୀ ନଗରପାଳିକା ସୂଚକାଙ୍କ (ଏମପିଆଇ) ୨୦୨୦ ର ମଧ୍ୟ ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଇଜ୍ ଅଫ ଲିଭିଂ…

Read More
digital-media

Social Media: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କଲେ ୫ ବର୍ଷ ଜେଲ, ସତ୍ୟତା ଜାଣନ୍ତୁ

ନୂଆଦିଲ୍ଲୀ:ସୋସିଆଲ ମିଡିଆ (Social Media) ରେ ଏକ ହିନ୍ଦୀ ଖବରକାଗଜ କଟିଂ ଅତ୍ୟନ୍ତ ଦ୍ରୁତ ଗତିରେ ଚାଲିଛି। ଖବରକାଗଜର ଗୋଟିଏ ପୃଷ୍ଠାରେ ସୋସିଆଲ ମିଡିଆ ସହ ଜଡିତ ଏକ ଖବରର ଶୀର୍ଷକ ଲେଖା ଅଛି, ଯଦି ବିବାଦୀୟ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ (Social Media Post) କରାଯାଏ ତେବେ ୫  ବର୍ଷ ଜେଲ ହେବ। ଖବରକାଗଜ ପଢିବା ପରେ ଏହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ (Virla) ହେବା ସହ ଟ୍ୱିଟର (Twitter), ଫେସବୁକ୍ (Facebook),…

Read More
fire-in-similipal

Similipal: ଶିମିଳିପାଳ ଅଭୟାରଣ୍ୟରେ ନିଆଁ, ଲିଭା କାର୍ଯ୍ୟରେ ଲାଗିଛି ୪୦ ଦମକଳ

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ (Similipal Biosphere) ରେ ଗତ କିଛିଦିନ ହେବ ନିଆଁ (Wild Fire) ଲାଗିଛି। ଏହା ଏବେ ଭୟଙ୍କର ରୂପ ଧାରଣ କରିବାରୁ ନିଆଁ ଲିଭା କାର୍ଯ୍ୟରେ ୪୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି। ଜଙ୍ଗଲୀ ନିଆଁ ଏତେ ଭୟଙ୍କର ଯେ ବନବିଭାଗର ୮୫୦ ଜଣ କର୍ମଚାରୀ ଏବଂ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…

Read More