କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ; ପ୍ରଥମ କିଷାନ ରେଳ ଆନ୍ଧ୍ରର ଅନନ୍ତପୁରରୁ
ଦକ୍ଷିଣ ଭାରତର ପ୍ରଥମ କିଷାନ ରେଲ (Kishan Rail) ସେପ୍ଟେମ୍ବର ୯ ରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର (Anantpur) ଠାରୁ ନୂଆଦିଲ୍ଲୀର ଆଦର୍ଶନଗର ଅଭିମୁଖେ ଯାତ୍ରା କରିଛି। ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭିଡିଓ ଲିଙ୍କ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନମୋହନ ରେଡ୍ଡୀ ମିଳିତଭାବେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଉଦ୍ବୋଧନ ଦେଇ ଶ୍ରୀ ତୋମର କହିଛନ୍ତି ଯେ, ଏହି କିଷାନ…
