Odisha Assembly Updates: ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନ୍ଏମ୍ଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ଵର: ଆନ୍ଦୋଳନରତ ଏଏନ୍ଏମ୍ଙ୍କୁ ନିଶ୍ଚୟ ଖୁସି ଖବର। ଆଜି ବିଧାନସଭାରେ ଏଏନ୍ଏମ୍ଙ୍କ ନିଯୁକ୍ତି ପ୍ରସଙ୍ଗ ଉଠିଥିଲା। ଗୃହରେ ବିବୃତ୍ତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ କହିଛନ୍ତି ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନ୍ଏମ୍ଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟରେ ଏବେ ୧ ହଜାର ୯୯ଟି ଏଏନ୍ଏମ୍ ପଦ ଖାଲି ରହିଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଏନ୍ଏମ୍ଙ୍କୁ ସର୍ତ୍ତମୂଳକ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି…
