କୋଭିଡ୍ ସତ୍ତ୍ୱେ ସିଭିଲ ସର୍ଭିସ ସାକ୍ଷାତକାର ପରୀକ୍ଷା ଆୟୋଜନ ,ପରୀକ୍ଷାର୍ଥୀଙ୍କ ଯିବାଆସିବା ବୁଝିବେ ରାଜ୍ୟ ସରକାର:ୟୁପିଏସ୍ସି
ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ୱେ କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ କରିବାକୁ ପଦକ୍ଷେପ ଗ୍ରହଣ କରିଛି। ଏହି ସାକ୍ଷାତକାର ପାଇଁ ୨୩୦୪ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୬୮୧ ଜଣଙ୍କର ସାକ୍ଷାତକାର ସରିଥିବାବେଳେ ଅବଶିଷ୍ଟ ୬୨୩ ଜଣଙ୍କର ବ୍ୟକ୍ତିତ୍ୱ ପରୀକ୍ଷା ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକ୍ଡାଉନ ଯୋଗୁଁ ସଂପୂର୍ଣ୍ଣ…
