ଢେଙ୍କାନାଳ ଜିଲ୍ଲାରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ,ସମୁଦାୟ ୧୪୨ଆକ୍ରାନ୍ତ ଏବଂ ୯୩ ଜଣ ସୁସ୍ଥ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରୁ ସମୁଦାୟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକର ନିହଲପ୍ରସାଦ ସଂଗରୋଧ କେନ୍ଦ୍ର ରୁ ୨ ଜଣ ମନ୍ଦାର ସଂଗରୋଧ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଥିବାବେଳେ ଲେଥେକା ଗ୍ରାମରୁ ହୋମ୍ କ୍ୱାରାଣ୍ଟାଇନ୍ ରୁ ୬ ଜଣ ଏବଂ ପିଂଗୁଆ ରେ ହୋମ୍ କ୍ୱାରାଣ୍ଟାଇନ୍ ରେ ଥିବା ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ର ରେ ଥିବା ଜଣେ ବ୍ୟକ୍ତି ମହାରାଷ୍ଟ୍ର ରୁ,ଜଣେ ଆନ୍ଧ୍ରପ୍ରଦେଶ…
