ଆରବିଆଇ ସରକାରଙ୍କୁ ୫୭ ହଜାର କୋଟିରୁ ଅଧିକ ଟଙ୍କା ଲାଭାଂଶ ଦେବ
ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ) ଶୁକ୍ରବାର ଦିନ ସରକାରଙ୍କୁ ଆର୍ଥିକ ବର୍ଷ ୨୦୧୯ -୨୦ ପାଇଁ ୫୭ ହଜାର ୧୨୮ କୋଟି ଟଙ୍କା ଡିଭିଡେଣ୍ଡ ଦେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ତେବେ, କଣ୍ଟିଜେନ୍ସି ରିସ୍କ ବଫର (Risk Buffer)କୁ ୫.୫ % ବଜାୟ ରଖିବାକୁ କେନ୍ଦ୍ରୀୟ ବ୍ୟାଙ୍କ ବୋର୍ଡ ନିଷ୍ପତ୍ତି ନେଇଛି। ଆରବିଆଇ ଏକ ସରକାରୀ ବିବୃତ୍ତିରେ କହିଛି…
