CBSE :ଅକ୍ଟୋବର ୧୫ରୁ ସିବିଏସ୍ଇ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିବା ପାଇଁ ସ୍କୁଲକୁ ଚିଠି
ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ୧୫ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ନିୟମାବଳୀ ଜାରି କରାଯାଇଛି। ଜାରି ହୋଇଥିବା ଏହି ନିୟମାବଳୀକୁ ମାନି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍ଇ (CBSE) ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳଗୁଡ଼ିକୁ ଖୋଲିବା ପାଇଁ ସିବିଏସ୍ଇ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି।…
