Odisha Bypoll: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ
ଭୁବନେଶ୍ଵର: ବହୁଚର୍ଚ୍ଚିତ ରାଜ୍ୟରେ ଅନୁଷ୍ଠିତ ବାଲେଶ୍ୱର ସଦର (Balasore Sadar) ଓ ତିର୍ତ୍ତୋଲ (Tirtol) ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ (BJD) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂ କୁମାର ଦାସ ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ବାଲେଶ୍ୱରରୁ ବିଜେଡ଼ି ପ୍ରାର୍ଥୀ ସ୍ୱରୂ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପି…
