ଅଙ୍ଗାରକାମ୍ଳ ନିୟନ୍ତ୍ରଣ ପାଇଁ ଜଙ୍ଗଲର ମାନ ବୃଦ୍ଧି ଓ ଅଧିକ ବନାଞ୍ଚଳ ସୃଷ୍ଟି ଉପରେ ସରକାରଙ୍କ ଗୁରୁତ୍ୱ : ପ୍ରକାଶ ଜାଭଡେକର
ନୂଆଦିଲ୍ଲୀ:କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଅଙ୍ଗାରକାମ୍ଳ ପରିମାଣ ହ୍ରାସ ସହିତ ସର୍ବାଧିକ ଅଙ୍ଗାର ଗଚ୍ଛିତ (carbon stock) ସ୍ତର ହାସଲ କରିବାକୁ ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ୱର ସହ କାର୍ଯ୍ୟ କରୁଛି। ସେଥିପାଇଁ ଉନ୍ନତ ମାନର ଜଙ୍ଗଲ ସହିତ ଅଧିକ ଜଙ୍ଗଲାଞ୍ଚଳ ସୃଷ୍ଟି ଏବଂ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଉଛି। ବୃକ୍ଷ ସଂଖ୍ୟା ବୃଦ୍ଧି ପାଇଲେ ଅଙ୍ଗାରକାମ୍ଳ ଶୋଷଣ କାର୍ଯ୍ୟ ସହଜ ହେବ ଏବଂ ପରିବେଶ ଠିକ୍…
