GST: କରୋନା କାଳରେ ଏପ୍ରିଲରେ ରେକର୍ଡ ପରିମାଣର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ: ଚଳିତବର୍ଷ ୨୦୨୧ ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସ୍ଟି (GST) ସଂଗୃହୀତ ହୋଇଛି। ଆଦାୟ ହୋଇଥିବା ଏହି ଜିଏସ୍ଟିର ମୋଟ ପରିମାଣ ୧ କୋଟି ୪୧ ଲକ୍ଷ ୩୮୪କୋଟି ଟଙ୍କା। ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି (CGST) ପରିମାଣ ୨୭,୮୩୭କୋଟି, ରାଜ୍ୟ ଜିଏସ୍ଟି (SGST) ପରିମାଣ ୩୫,୬୨୧କୋଟି ଟଙ୍କା ହୋଇଥିବାବେଳେ ସମନ୍ୱିତ ଜିଏସ୍ଟି (IGST)ପରିମାଣ ୬୮, ୪୮୧ କୋଟି ଟଙ୍କା । ସଂଗୃହୀତ ଆଇଜିଏସ୍ଟି ମଧ୍ୟରେ ୨୯, ୫୯୯ କୋଟି ଟଙ୍କାର ଆମଦାନୀଜନିତ ସେବା ଓ…
