GST: ଓଡ଼ିଶାରୁ ଅକ୍ଟୋବର ମାସରେ ଜିଏସ୍ଟି ୨୪୧୯ କୋଟି ଟଙ୍କା ସଂଗୃହୀତ, ଗତବର୍ଷ ତୁଳନାରେ ୨୧ଶତାଂଶ ଆଦାୟ ଅଧିକ
ନୂଆଦିଲ୍ଲୀ: ଚଳିତ ଅକ୍ଟୋବର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍ଟି (GST) ରାଜସ୍ୱ ସଂଗ୍ରହ ୧ ଲକ୍ଷ ୫ ହଜାର ୧୫୫ କୋଟି ଟଙ୍କା ହୋଇଛି। ସେଥିମଧ୍ୟରୁ ସିଜିଏସ୍ଟି (CGST) ପରିମାଣ ୧୯ ହଜାର ୧୯୩ କୋଟି ଟଙ୍କା, ଏସ୍ଜିଏସ୍ଟି (SGST) ୨୫ ହଜାର ୪୧୧କୋଟି ଓ ଆଇଜିଏସ୍ଟି (IGST) ପରିମାଣ ୫୨ ହଜାର ୫୪୦କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି। ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩…
