ପୋଲିସକୁ ଫିଟ ଚିନ୍ତା,ଇନକ୍ରିମେଣ୍ଟ ହୋଇପାରେ ବନ୍ଦ
ଭୁବନେଶ୍ଵର : ମାସକ ମଧ୍ୟରେ କମିସନରେଟ୍ ପୁଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। କମିସନରେଟ୍ ପୁଲିସର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ଫିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର। କରୋନା କଟକଣା ସମୟରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେଣୁ କରୋନା ସମୟରେ ସମସ୍ତଙ୍କ ସୁରକ୍ଷା ଭାର ବହନ କରୁଥିବା କମିସନରେଟ୍ ପୁଲିସ ଫିଟନେସକୁ ଗୁରୁତ୍ୱ ଦେଇଛି। ଏଭଳି ଶାରୀରିକ ଅବସ୍ଥା ରହିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତି…
