୧୦ ଲକ୍ଷ ଜନସଂଖ୍ୟାରେ ଦିନକୁ ଅନ୍ୟୁନ ୧୪୦ ନମୁନା ପରୀକ୍ଷା ଆବଶ୍ୟକ : ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ
୨୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିନକୁ ୧୦ଲକ୍ଷରେ ୧୪୦ କିମ୍ବା ତା’ଠାରୁ ଅଧିକ ପରୀକ୍ଷଣ କରୁଛନ୍ତି : ଭାରତ କୋଭିଡ-୧୯ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛି । ବିସ୍ତୃତ ପର୍ଯ୍ୟବେକ୍ଷଣ ଏବଂ ସନ୍ଦେହ ଘେରରେ ଥିବା ମାମଲାଗୁଡିକର ନମୁନା ପରୀକ୍ଷଣ ପରିପ୍ରେକ୍ଷୀରେ ‘ହୁ’ (WHO)୧୦ ଲକ୍ଷ ଜନସଂଖ୍ୟା ପିଛା ଦିନକୁ…
