Cyclone Yaas: ଧାମରା ଠାରୁ ୟାସ୍ ଅଛି ମାତ୍ର ୩୦ କିମି ଦୂରରେ, ହେଉଛି ଭୟଙ୍କର
ଧାମରା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍’ (Yaas) ଗତ ରାତିରୁ ତୀବ୍ର ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଧାମରା (Dhamara) ଠାରୁ ୩୦ କିଲୋମିଟର ଦୂରରେ ଥିବାବେଳେ ପାରାଦ୍ୱୀପ (Paradeep) ଠାରୁ ପୂର୍ବ-ଉତ୍ତର- ପୂର୍ବ ଦିଗରେ ୭୦ କିଲୋମିଟର ଦୂରରେ ରହିଛି। ସେହିପରି ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୮୦କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ହେବ ଏହା ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆଜି…
