ଲେବାନନ ରାଜଧାନୀ ବେରୁଟ ବିସ୍ଫୋରଣରେ ୭୦ ରୁ ଅଧିକ ଲୋକ ମୃତ, ପ୍ରାୟ ୪୦୦୦ ଆହତ
ବେରୁଟ : ଗତକାଲି ଲେବାନାନର ରାଜଧାନୀ ବେରୁଟରେ ଦୁଇଟି ବଡ଼ ବିସ୍ଫୋରଣରେ ପ୍ରାୟ ୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪ ହଜାର ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ହମାଦ ହାସନ ଏହି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ଜିନହୁଆ ରିପୋର୍ଟ କରିଛି ଯେ ଏହି ବିସ୍ଫୋରଣ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୧୦ ସ୍ଥାନୀୟ ସମୟରେ ଘଟିଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମଗ୍ର ସହରର…
