Weather Report: ରାଜ୍ୟର ୪ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଅନୁଗୋଳରେ ଶୀତ ଆରମ୍ଭ
ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା (Temperature) କମିଚାଲିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି। ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪ଟି ସହର ହେଉଛି ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା। ସୋନପୁରରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇ ୧୧.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୧୨.୬, ଦାରିଙ୍ଗବାଡ଼ିରେ ୧୪ ଓ ଝାରସୁଗୁଡାରେ ୧୪.୧ ଡିଗ୍ରୀ ରେକର୍ଡ କରାଯାଇଛି।…
