ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ସରକାରଙ୍କ ସହ ଭାଗୀଦାର ହେବା ପାଇଁ ଇସ୍ପାତ ଉଦ୍ୟୋଗକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ
ନୂଆଦିଲ୍ଲୀ:ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ଅଂଶୀଦାର ହେବାକୁ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଉଦ୍ୟୋଗର ନେତୃମଣ୍ଡଳୀକୁ ନିବେଦନ କରିଛନ୍ତି। ଆତ୍ମନିର୍ଭର ଭାରତ; ଆବାସ, ନିର୍ମାଣ ଓ ଉଡାଣ ଉଦ୍ୟୋଗରେ ଇସ୍ପାତ ଉଦ୍ୟୋଗର ସହଯୋଗ ଶୀର୍ଷକ ଏକ ୱେବିନାରରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ଆବାସ…
