ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ପାଟନାର ସିଟି ଏସପିକୁ ମୁମ୍ବାଇରେ ହୋମ କ୍ୱାରାଣ୍ଟାଇନ୍ରେ ବାଧ୍ୟକରି ରଖିଦିଆଗଲା
ପାଟନା:ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ନୂଆମୋଡ। ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ପାଟନାର ସିଟି ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ ରଖାଯାଇଛି। ମୁମ୍ବାଇ ବିମାନ ବନ୍ଦରରୁ ବାହାରିବା ପରେ ସିଟି ଏସପି ଏହି ଘଟଣାର ତଦନ୍ତ କରୁଥିବା ଚାରିଜଣ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ୬ ଦିନ ମଧ୍ୟରେ ଦଳ ସଂଗ୍ରହ କରିଥିବା ଅନୁସନ୍ଧାନ ଏବଂ ପ୍ରମାଣର ଯାଞ୍ଚ କରିଥିଲେ। ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା…
