Home » NEWS » Page 10

ଅନୁଗୋଳ ଜିଲ୍ଲାରେ ତିନି ପଞ୍ଚାୟତ ସଟ୍ ଡାଉନ

ଅନୁଗୁଳ – ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ  ବଢି ଚାଲିଛି । ଗତ କିଛିଦିନ ତଳେ କରୋନା ସଂକ୍ରମଣରେ ଆକ୍ରାନ୍ତ ନାଲକୋ ର ଜଣେ ବରିଷ୍ଠ ଅଧିକାରୀ ମୃତ୍ୟୁବରଣ କରିଛନ୍ତି। ତାଙ୍କ ସଂସ୍ପର୍ଶରେ କିଛି ଲୋକ ଆସିଛନ୍ତି। ନାଲକୋ ଶିଳ୍ପାଞ୍ଚଳ କୁ ଲାଗିଥିବା ୩ ଟି ପଞ୍ଚାୟତ କୁ ଆଜି ଠାରୁ ଆସନ୍ତା ମଙ୍ଗଳବାର ଅର୍ଥାତ  ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ ମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ୍…

Read More

ସାଲେପୁର ବିଧାୟକ କରୋନା ରେ ସଂକ୍ରମିତ

କଟକ: ପୁଣିଜଣେ ରାଜ୍ୟର ବିଧାୟକ କରୋନା ରେ ଆକ୍ରାନ୍ତ। ସାଲେପୁର ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପିଏସ୍‌ଓ ଓ ଡ୍ରାଇଭର୍‌ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ସମୟରେ  ମନ୍ତ୍ରୀ, ପଦସ୍ଥ ସରକାରୀ ଅଧିକାରୀ, କଟକ, ସାଲେପୁର ଅଂଚଳର କିଛି  କର୍ମୀ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିଧାୟକଙ୍କ ପିଏସ୍‌ଓ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ତାଙ୍କ ଘର ନିଶ୍ଚିନ୍ତକୋଇଲି ଅଂଚଳରେ ଅବସ୍ଥିତ। ଏଥିସହିତ ବିଧାୟକ ଙ୍କ ଡ୍ରାଇଭର୍‌ ମଧ୍ୟ…

Read More

ପୂର୍ବରୁ କରୋନା ପୃଥିବୀ ରେ ଥିଲା! ଚୀନ ରୁ ନୁହେଁ : ଅକ୍ସଫୋର୍ଡ ବିଶେଷଜ୍ଞ

“ମୁଁ ଭାବୁଛି ଭାଇରସ୍ ପୂର୍ବରୁ ସବୁଆଡେ ଥିଲା। ଆମେ ହୁଏତ ଏକ ସୁପ୍ତ ଭୂତାଣୁ  ଦେଖୁଛୁ ଯାହା ପରିବେଶ ଅବସ୍ଥା ଦ୍ୱାରା ସକ୍ରିୟ ହୋଇଛି”। ବୋଲି ଜିନହୁଆ ନ୍ୟୁଜ୍ ଏଜେନ୍ସି କୁ ଅକ୍ସଫୋର୍ଡର ଜଣେ ବରିଷ୍ଠ ସହଯୋଗୀ ଶିକ୍ଷକ ଜେଫରସନ କହିଛନ୍ତି। ସେ କହିଛନ୍ତି, ଫେବୃଆରୀ ପ୍ରାରମ୍ଭରେ ଫଲ୍କଲ୍ୟାଣ୍ଡ ଦ୍ୱୀପପୁଞ୍ଜରେ ଏକ ମାମଲା ହୋଇଥିଲା। ବର୍ତ୍ତମାନ ଏହା କେଉଁଠୁ ଆସିଲା? ଦକ୍ଷିଣ ଜର୍ଜିଆରୁ ବୁଏନୋସ୍ ଆଇରେସ୍ କୁ ଯାଇଥିବା ଏକ କ୍ରୁଜ୍ ଜାହାଜ ଥିଲା ଏବଂ ଯାତ୍ରୀମାନଙ୍କୁ…

Read More

ହ୍ୟାଣ୍ଡ ସାନିଟାଇଜର ଓ ଫେସ୍ ମାସ୍କ ଜରୁରୀ ଦ୍ରବ୍ୟ ସୂଚୀରୁ ହଟିଲା

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ମାସରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଓ ସାନିଟାଇଜରର ଅଭାବ ଦେଖାଯାଇଥିଲା। ଏହାର  ଗୁରୁତ୍ୱକୁ ନେଇ କେନ୍ଦ୍ର ସରକାର ଏହି ଦୁଇଟି ଜିନିଷକୁ ଜରୁରୀ ଦ୍ରବ୍ୟ ଅଧିନିୟମ ଅନ୍ତର୍ଭୁକ୍ତ କରିଥିଲେ। ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି।  ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ବର୍ତ୍ତମାନ ଜରୁରୀ ଦ୍ରବ୍ୟ ଅଧିନିୟମ ୧୯୫୫  ରୁ ଫେସ୍ ମାସ୍କ ଓ  ହ୍ୟାଣ୍ଡ ସାନିଟାଇଜରକୁ ହଟାଇ ଦେଇଛି। ମନ୍ତ୍ରାଳୟ ପକ୍ଷରୁ…

Read More

ରାଜ୍ୟରେ ପୁଣି ୫୭୧କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୭୩  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଗଜପତି  ଜିଲ୍ଲାରେ ୫୬ ଓ ବରଗଡ଼  ରେ ସୁନ୍ଦରଗଡ଼…

Read More

ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଙ୍କ ପରଲୋକ

ଜଗତସିଂହପୁର : ଆରପାରିରେ ବିଷ୍ଣୁ ଦାସ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଭୁବନେଶ୍ଵରର ଏକ ଘରୋଇ  ହସ୍ପିଟାଲରେ ବ୍ରେନ୍‌ ଷ୍ଟ୍ରୋକର ଶିକାର ହୋଇଥିବା ବିଷ୍ଣୁ ଦାସ  ଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୋମବାର  ସଂଧ୍ୟା ୭ଟା ୫୦ରେ ତାଙ୍କର ପରଲୋକ ଘଟିଥିବା ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସାଧାରଣ ନିର୍ବାଚନ ସମୟରେ ସ୍ଵାସ୍ଥ୍ୟାବସ୍ଥା ଖରାପ ଥିବାରୁ ବିଷ୍ଣୁ ଦାସ ପ୍ରଚାରକୁ ନ ଆସି ମଧ୍ୟ ନିଜର ଲୋକପ୍ରିୟତା ଯୋଗୁଁ  ପ୍ରଥମ କରି ଠିଆ ହୋଇଥିବା ତିର୍ତ୍ତୋଲ…

Read More

ଚୀନ୍ ଏଲଏସି ରୁ ପଛ କୁ ହଟିବାର କାରଣ କଣ …

ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ପ୍ରକୃତ ନିୟନ୍ତ୍ରଣ ରେଖା ବିବାଦ ବର୍ତ୍ତମାନ ଟିକେ ଥମି ଯାଇଥିବା ଜଣାପଡୁଛି। ଚୀନ୍ ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ ଅନୁସାରେ ଚୀନର ବୈଦେଶିକ ଙ୍କ ଉଦ୍ଧେଶ୍ୟରେ କହିଛି ଯେ ଜୁନ୍୩୦ ରେ ଚୀନ୍ ଏବଂ ଭାରତ ମଧ୍ୟରେ ତୃତୀୟ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଦ୍ଵିତୀୟ ରାଉଣ୍ଡ ଆଲୋଚନାରେ ହୋଇଥିବା ଚୁକ୍ତିନାମାକୁ ଦୁଇ ପକ୍ଷ କାର୍ଯ୍ୟକାରୀ କରୁଛନ୍ତି। ଚୀନ୍ ବୈଦେଶିକ…

Read More

ଗଞ୍ଜାମ ଜିଲ୍ଲାରେ ୪ କରୋନା ଯୋଦ୍ଧାଙ୍କର ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ରେ କରି କହିଛନ୍ତି , “ଆମେ ଆମର ୪ ଜଣ କୋଭିଡ ୱାରିୟର୍ସଙ୍କୁ ହରାଇଛୁ। ସମଗ୍ର ଜିଲ୍ଲା ପ୍ରଶାସନ ସେମାନଙ୍କ ପରିବାର ସହିତ ଅଛି”। ସେ ଗଞ୍ଜାମର ଜନସାଧାରଣ ଙ୍କୁ ସାମାଜିକ ଦୂରତା ନୀତି ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି।

Read More

କରୋନା ବାୟୁ ଦ୍ଵାରା ବ୍ୟାପୀ ପାରେ : ବୈଜ୍ଞାନିକ ମାନଙ୍କ ଦାବି,ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ଡବ୍ଲୁଏଚଓ ରେ ଦାବି

ୱାଶିଂଟନ୍ : ବାୟୁରୁ ବିସ୍ତାରିତ କରୋନା ସଂକ୍ରମଣ ବିଷୟରେ ପୂର୍ବରୁ ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା କିନ୍ତୁ ପ୍ରତ୍ୟେକ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦାବି କୁ ପ୍ରତ୍ୟାଖ୍ୟାନ କରୁଥିଲା। ଆମେରିକାର ଖବରକାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ବିଶ୍ଵ ର ୨୩୯ ଜଣ ବୈଜ୍ଞାନିକ ଦାବି କରିଛନ୍ତି ଯେ ବାୟୁରେ କରୋନା ଭୂତାଣୁ ର କ୍ଷୁଦ୍ର କଣିକା ଲୋକଙ୍କୁ ସଂକ୍ରମିତ କରିପାରେ। ବୈଜ୍ଞାନିକ ମାନଙ୍କ ର ଦାବିକୁ ଦେଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ…

Read More

ବିଶ୍ଵ ରେ ଭାରତ ତୃତୀୟ ସର୍ବାଧିକ କୋଭିଡ଼-୧୯ ସଂକ୍ରମିତ;ରବିବାର ଦିନ ୨୪ ହଜାର ରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ରୁଷ କୁ ଅତିକ୍ରମ କରି ବର୍ତ୍ତମାନ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ କୋଭିଡ -୧୯  ସଂକ୍ରମିତ ଦେଶ ରେ ପରିଣତ ହୋଇଛି। ରବିବାର ଦିନ ୨୪ ହଜାର ୯୧୨ ଜଣ  ନୂଆ କୋଭିଡ଼ ଆକ୍ରାନ୍ତ ଯୋଡ଼ିହୋଇଛନ୍ତି। ୱାର୍ଲ୍ଡମିଟର ୱେବସାଇଟ୍ ଅନୁଯାୟୀ ,ରୁଷ ରେ କୋଭିଡ଼-୧୯ସଂକ୍ରମିତ ଙ୍କ ସଂଖ୍ୟା ୬,୮୧,୨୫୧ ସେହିପରି  ଭାରତରେ ରେକର୍ଡ ହୋଇଥିବା ମୋଟ କୋଭିଡ-୧୯  ମାମଲା ରବିବାର ବିଳମ୍ବିତ ରାତିରେ ୬,୯୭,୮୮୭ ଥିଲା। ବର୍ତ୍ତମାନ କେବଳ ଆମେରିକା ଏବଂ ବ୍ରାଜିଲ ଭାରତ ତୁଳନାରେ…

Read More

ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ; ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଓଡ଼ିଶା ଉପକୂଳ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ  ଆଗାମୀ ୪୮ ଘଣ୍ଟା ଓଡ଼ିଶା ଓ ପଶ୍ଚିମବଙ୍ଗ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏଥିପାଇଁ ଉଭୟ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସତର୍କ କରାଇ ଦିଆଯାଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ‌ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ତରଫରୁ ଜଣାପଡିଛି।

Read More