କରୋନା କାଳରେ ୮.୫ କୋଟି କୃଷକଙ୍କୁ ୧୭ ହଜାର କୋଟି ଟଙ୍କାର ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଆର୍ଥିକ ସୁବିଧା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ କିଶାନ ଯୋଜନାର ବିଭିନ୍ନ ସୁଫଳ ବିଷୟରେ ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୮.୫ କୋଟି ଚାଷୀଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା କିସ୍ତି ପ୍ରଦାନ କରିଛନ୍ତି। କରୋନା ଭୂତାଣୁ ମହାମାରୀ ସମୟରେ ଏହି ଯୋଜନା କୃଷକମାନଙ୍କ ପାଇଁ ବହୁତ ସହାୟକ ହେବ…
