ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ, ସେପ୍ଟେମ୍ବର୨୨ ପର୍ଯ୍ୟନ୍ତ ଜେଲରେ ରହିବେ
ମୁମ୍ବାଇ: ରିୟା ଚକ୍ରବର୍ତ୍ତୀ (Rhea Chakraborty) ଙ୍କ ଜାମିନ ଆବେଦନକୁ ସ୍ଥାନୀୟ ଏକ କୋର୍ଟ ଖାରିଜ କରିଦେଇଛନ୍ତି। ଏଥି ସହିତ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ସେଶନ କୋର୍ଟ ଖାରଜ କରିଦେଇଛନ୍ତି। ସ୍ଥାନୀୟ କୋର୍ଟ ତାଙ୍କୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ବର୍ତ୍ତମାନ ରିୟା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ବାଇକୁଲ୍ଲା ଜେଲରେ ରହିବେ। ସୂଚନଯୋଗ୍ୟ, ଆଜି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ…
