Edible Oil Price: ଖାଇବା ତେଲର କୃତ୍ରିମ ଅଭାବ ଓ କଳାବଜାରି ରୋକିବା ପାଇଁ ଅଧିକାରୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୂବନେଶ୍ଵର: Edible Oil Price in Odisha ସାମ୍ପ୍ରତିକ ଋଷିଆ ଓ ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିରେ ଖାଇବା ତେଲର ଦର ବୃଦ୍ଧିକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Ranendra Pratap Swain) ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍ ରେ ଲେଖିଛନ୍ତି, ଖାଇବା ତେଲର କୃତ୍ରିମ ସଙ୍କଟ ଓ କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ…
