Arnab Goswami: ପୁରୁଣା ଆତ୍ମହତ୍ୟା ମାମଲାରେ ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସର ଗିରଫ
ମୁମ୍ବାଇ: ପୁରୁଣା ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭି (Republic TV) ର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ଜଣେ ଇଣ୍ଟେରିୟର ଡିଜାଇନର୍ ଏବଂ ତାଙ୍କ ମା’ଙ୍କ ୨୦୧୮ ଆତ୍ମହତ୍ୟା ଘଟଣାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ସିଆଇଡି ଗିରଫ କରିଛି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ…
