ଭାରତ ନିଜ ଉଦ୍ୟମରେ ପ୍ରସ୍ତୁତ କରିଛି କୋଭିଡ-୧୯ ଟିକା: ଡଃ ଟି.ଭି. ଭେଙ୍କଟେଶ୍ୱରନ
କରୋନା ମହାମାରୀର ଅବସାନ ପାଇଁ ଭାରତ ନିଜସ୍ୱ ଜ୍ଞାନକୌଶଳ ପ୍ରୟୋଗ କରି ଟିକା ବାହାର କରିଛି। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଏବଂ ଜାଇଡସ୍ କାଡିଲା କଂପାନୀ ପକ୍ଷରୁ ପ୍ରସ୍ତୁତ ଜାଇକଭ୍-ଟିକା ମହାମାରୀ ଆକ୍ରାନ୍ତ ପୃଥିବୀରେ ଆଶାର କିରଣ ସୃଷ୍ଟି କରିଛି। ଏହି ଦୁଇଟି ଟିକାକୁ ପରୀକ୍ଷାମୂଳକଭାବେ ମଣିଷ ଶରୀରରେ ପ୍ରୟୋଗ କରିବା ପାଇଁ ଭାରତୀୟ ଡ୍ରଗ କଣ୍ଟ୍ରୋଲର ଜେନେରାଲ (ସିଡିଏସ୍ସିଓ) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏହି ଟିକା ପରୀକ୍ଷାରେ ସଫଳ ହେଲେ ଏକ…
