ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ
ପୁନେ:ଭାରତୀୟ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ଏକ ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସେମାନେ ସଫଳ ହୋଇଛନ୍ତି। ଆଜି ଏଠାରେ ଏ ସଂପର୍କରେ ସୂଚନା ଦେଇ ମହାକାଶ ଏବଂ ପରମାଣୁ ଶକ୍ତି ବିଭାଗ ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଭାରତର ମଲ୍ଟି ୱେବଲେନ୍ଥ ସ୍ପେସ ଅବଜରବେଟରି ଆଷ୍ଟ୍ରୋସାଟ୍ ପୃଥିବୀଠାରୁ ୯.୩ ବିଲିୟନ ଆଲୋକବର୍ଷ ( Light Year) ଦୂରରେ ଥିବା ଏକ ତାରକାପୁଞ୍ଜର ଏକ୍ସଷ୍ଟ୍ରିମ୍-ୟୁଭି…
