First 1000 Days: ମନୁଷ୍ୟ ଜୀବନରେ ପ୍ରଥମ ହଜାରେ ଦିନ ଗୁରୁତ୍ୱପୂର୍ଣ୍ଣ କାହିଁକି?
ଭୁବନେଶ୍ଵର: ମନୁଷ୍ୟ ଜୀବନର ପ୍ରଥମ ହଜାରେ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଏଥିରେ କୌଣସି ପ୍ରକାରର ହେଳା କଲେ କୁ-ପୋଷଣର (Malnutrition) ଶୀକାର ହେବା ପ୍ରାୟତଃ ନିଶ୍ଚିତ ବୋଲି ୟୁନିସେଫର (UNICEF) ପୁଷ୍ଟି ବିଶାରଦ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି। ରାଷ୍ଟ୍ରୀୟ ପୁଷ୍ଟି ପକ୍ଷ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ରସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ‘ସ୍ୱାସ୍ଥ୍ୟ ଏବଂ ପୋଷଣ’ ଶୀର୍ଷକ ଏକ ୱେବିନାରରେ ଆଲୋଚନା କରି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ-ଗର୍ଭଧାରଣ…
