Home » Odisha Weather Report: ବିଜୁଳି, ଘଡଘଡିକୁ ଲକ୍ଷ୍ୟକରି ପାଣିପାଗ ବିଭାଗର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି

Odisha Weather Report: ବିଜୁଳି, ଘଡଘଡିକୁ ଲକ୍ଷ୍ୟକରି ପାଣିପାଗ ବିଭାଗର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି

Weather Report of Odisha
Share this:

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ତଥାପି ୯ଟି ସହରରେ ପାରଦ ୪୦ଡିଗ୍ରୀ ଉପରେ ରହିଛି। ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଦିନର ତାପମାତ୍ରା ଅଧିକ ରହୁଛି।

ଆଗକୁ ଦୁଇଦିନ କାଳବୈଶାଖୀ ଥିବାରୁ ସର୍ବାଧିକ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଜୁଳି, ଘଡଘଡିକୁ ଲକ୍ଷ୍ୟକରି ପାଣିପାଗ ବିଭାଗ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। କାଳବୈଶାଖୀ ସମୟରେ ଲୋକେ ସତର୍କ ରହିବାକୁ କୁହାଯାଇଛି। ୱାର୍ଣ୍ଣିଂ ଅନୁଯାୟୀ ସତର୍କ ରହିବାକୁ ଏସ୍‍ଆର୍‍ସି, ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିସନରଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‍ଆର୍‍ସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *