କଟକ: ଆସନ୍ତାକାଲି ଶୁକ୍ରବାର ପ୍ରକାଶ ପାଇବ BSE ପରିଚାଳିତ ଓଡ଼ିଶା ମାଟ୍ରିକ୍ ପରୀକ୍ଷା-୨୦୨୧ (Matric Examination Results 2021) ଫଳ। ଏହା ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଧ୍ୟା ୬ଟା ପରଠାରୁ ୨ଟି ୱେବସାଇଟ୍ରେ ଉପଲବ୍ଧ ହେବ ପରୀକ୍ଷା ଫଳାଫଳ। ପରୀକ୍ଷାର୍ଥୀ ନିଜର ରେଜଲ୍ଟ bseodisha.ac.in ଓ bseodisha.nic.in ୱେବସାଇଟରେ ଦେଖିପାରିବେ। ସୂଚନାଯୋଗ୍ୟ ଚଳିତ ବର୍ଷ କରୋନା ଭୂତାଣୁ ସଂକ୍ରମଣ ହେତୁ ପରୀକ୍ଷା ବାତିଲ କରାଯାଇଥିଲା।
[amazon_auto_links id=”10233″]
