ଭୁବନେଶ୍ଵର: Matric Examination odisha 2022 ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ସମ୍ମେଟିଭ୍ ଆସେସ୍ମେଣ୍ଟ-୨ ହେବ ବୋଲି ଜଣାପଡିଛି। ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ମୁଖ୍ୟ ଶାସନ ସଚିବଙ୍କ କହିବା ଅନୁସାରେ ଛାତ୍ରଛାତ୍ରୀମାନେ ଯଥାସମ୍ଭବ ନିଜ ସ୍କୁଲରେ ପରୀକ୍ଷା ଦେବେ। ମାତ୍ର ଅନ୍ୟ ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ରହିବେ। ଯଦି କୌଣସି ସ୍କୁଲରେ ପରୀକ୍ଷା ନହୋଇପାରିବ ତେବେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ଫଳାଫଳ ନିର୍ଦ୍ଧାରଣ କରିବେ। ପ୍ରଥମ ପଦ୍ଧତି ସମ୍ମେଟିଭ୍-୧ ଓ ଇଣ୍ଟରନାଲ ଆସେସ୍ମେଣ୍ଟର ୨ଗୁଣ। ସେହିପରି ଦ୍ୱିତୀୟ ପଦ୍ଧତି ହେଉଛି ସମ୍ମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ। ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସ୍ମେଣ୍ଟର ଶତକଡା ୨୦, ସମ୍ମେଟିଭ-୧ରୁ ଶତକଡ଼ା ୩୦, ସମ୍ମେଟିଭ୍-୨ରୁ ଶତକଡ଼ା ୫୦ ନିଆଯାଇ ମାର୍କି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀମାନେ ସର୍ବାଧିକ ନମ୍ବର ରଖିବେ ସେହିପରି ଭାବେ ତାହା ଚୂଡାନ୍ତ ହେବ। ଚଳିତବର୍ଷର ହାଇସ୍କୁଲ ସାର୍ଟିଫିକେଟ୍, ମଧ୍ୟମା ପରୀକ୍ଷା ମଧ୍ୟ ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ। ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।
Read Also | Amit Shah: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା, ୩୩ ପ୍ରତିଶତ ହେବ ମହିଳାଙ୍କ ପାଇଁ ସରକ୍ଷଣ

