ଭୁବନେଶ୍ୱର: Odisha Election 2022 ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର (Dhamanagar Byelection) ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଘୋଷଣା (Odisha Election 2022) କରିଛନ୍ତି। ଏଠାରେ ନଭେମ୍ବର ୩ରେ ଉପନିର୍ବାଚନ ହେବ। ଅକ୍ଟୋବର ୭ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଏହି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ରହିଛି। ଅକ୍ଟୋବର ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଅକ୍ଟୋବର ୧୭ ରହିଛି। ନଭେମ୍ବର ୩ରେ ଭୋଟ୍ ଗ୍ରହଣ। ସେହିପରି ନଭେମ୍ବର ୬ ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ନଭେମ୍ବର ୮ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପାଇଛି।
ସୋମବାର ଠାରୁ ଭଦ୍ରକ ଜିଲ୍ଲାରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ପ୍ରାର୍ଥୀ ଏବଂ ରାଜନୈତିକ ଦଳଗୁଡ଼ିକ କ୍ଷେତ୍ରରେ ଲାଗୁ କରାଯାଇଛି। ଏଥିସହିତ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା। ଫଳରେ ଏହି ଆସନଟି ଖାଲି ପଡ଼ିଛି। ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଧାମନଗର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
-
Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
Odisha Textbook Error ନେଇ ସରକାର କଠୋର, ତ୍ରୁଟି ପଛରେ ଦାୟୀ ଅଧିକାରୀ ଓ ସଂସ୍ଥା ଚିହ୍ନଟ ପାଇଁ ତଦନ୍ତ
Read Also | PM Kisan 12th Installments: ମୋଦୀ ସରକାରଙ୍କ ଚାଷୀଙ୍କୁ ଦଶହରା ଭେଟି; ଏହି ଦିନ ମିଳିବ ୪ହଜାର ଟଙ୍କା

