କଟକ: Dhabaleswar Temple Bridge ଆସନ୍ତା ପଞ୍ଚୁକ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ। ବଡ ଏଲଇଡ୍ ସ୍କ୍ରିନ୍ ମାଧ୍ୟମରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଧବଳେଶ୍ଵର ପୀଠକୁ ଯିବାକୁ ଝୁଲାପୋଲ (Dhabaleswar Temple Bridge) ଦୁର୍ବଳ ଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଆଜି କଟକ ଜିଲ୍ଲାପାଳ ଝୁଲାପୋଲ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସେଥିରେ କଳଙ୍କି ଲାଗିଥିବା ସମସ୍ତ ସ୍ଥାନ ସହ ଫାଟକୁ ମଧ୍ୟ ଜିଲ୍ଲାପାଳ ଦେଖିଛନ୍ତି। ଝୁଲାପୋଲର ମରାମତି କାମ ପାଇଁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଏହାସହ ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ଆଦୌ ସମ୍ଭବ ନ ଥିବା କାରଣରୁ ଧବଳେଶ୍ୱରଙ୍କ ଭର୍ଚୁଆଲ ଦର୍ଶନର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଏଥିସହିତ ଗଜଭୋଗ ଶ୍ରଦ୍ଧାଳୁ ପାଇପାରିବେ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ


