କଟକ: Matric Summative-1 Examinations Download Admit card ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା। ଏହି ପରୀକ୍ଷା ୩୦ ତାରିଖ ଯାଏ ଚାଲିବ। ଏ ନେଇ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଶୁକ୍ରବାର ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ମିଳିବ।
ମାଟ୍ରିକ ଆସେସ୍ମେଣ୍ଟ-୧ ପରୀକ୍ଷା (Matric Summative-1 Examinations) ରାଜ୍ୟର ମୋଟ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯିବ। ସମେଟିଭ୍- ୧ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ପ୍ରଶ୍ନପତ୍ର ୩୧୬ ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷାରେ ରଖାଯିବାର ବନ୍ଦୋବସ୍ତ ହୋଇଛି। ଆଜିଠାରୁ ବୋର୍ଡ ୱେବସାଇଟ୍ http://www.bseodisha.ac.in ରୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।
ସେହିପରି ନଭେମ୍ବର ୧୧ ତାରିଖ ଠାରୁ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା ହେବ। ୧ ହଜାର ୧୨ଟି ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ନଭେମ୍ବର
୧୮ ତାରିଖ ଯାଏଁ ଚାଲିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି।
ଏଥିସହିତ ଚଳିତବର୍ଷ ୨ହଜାର ୯୧୪ ଜଣ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୦୮ଟି ସେଣ୍ଟର କରାଯାଇଛି । ଓପନ ସ୍କୁଲ ପାଇଁ ୭ ହଜାର ୧୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୪୬ଟି ସେଣ୍ଟର କରାଯାଇଛି। କିନ୍ତୁ ମଧ୍ୟମା ଓ ଓପନ ପରୀକ୍ଷାର୍ଥୀଙ୍କ ପାଇଁ ୧୭ ତାରିଖରୁ ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ



