କଟକ: Odisha School New Syllabus For Class 9th and 10th ଓଡ଼ିଶାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଲାଗୁ ହେବ ନୂଆ ବିଷୟ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ। ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି। ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଷୟ ରହିବ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱର୍କ, କୋ-କରିକୁଲମ ଆକ୍ଟିଭିଟି, ବେସିକ ଆଇଟି ସ୍କିଲ୍ ଆଦି ବିଷୟ ରହିବା। ଏଥିପାଇଁ ୨୫ ମାର୍କ ଲେଖାଏଁ ମୋଟ୍ ୧୦୦ ମାର୍କର ପରୀକ୍ଷା ହେବ।
ସୂଚନା ଅନୁସାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ନବମ ଶ୍ରେଣୀ ଓ ମଧ୍ୟମାରେ ପ୍ରଚଳନ କରାଯିବ। କିନ୍ତୁ ଆସନ୍ତା ଶିକ୍ଷାବର୍ଷ ୨୦୨୩-୨୪ରୁ ଉଭୟ ନବମ ଓ ଦଶମ ପାଇଁ ଲାଗୁହେବ। ସେହିପରି ୨୦୨୩-୨୪ ଶିକ୍ଷାବର୍ଷରୁ ମାଟ୍ରିକ୍ରେ ୭ଶହ ନମ୍ବର ପରୀକ୍ଷା ହେବ। ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ନୂଆ ପାଠ୍ୟକ୍ରମ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ଧୀଶକ୍ତିର ବିକାଶ କ୍ଷେତ୍ରରେ ସହାୟକ ହେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବୋର୍ଡ ଏହାକୁ ଲାଗୁ କରିଛି। ଏ ବିଷୟରେ ସବିଶେଷ ତଥ୍ୟ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ଅଛି।
Read Also
- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ

- Maha Vishuba Sankranti: ମହାବିଷୁବ ସଂକ୍ରାନ୍ତି 2026 ଓଡ଼ିଆ ନବବର୍ଷର ଗୁରୁତ୍ୱ, ପରମ୍ପରା ଓ ପାଳନ ପ୍ରଣାଳୀ

- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର



