Home » Dhabaleswar: ଆସନ୍ତା ସପ୍ତାହରୁ ଧବଳେଶ୍ଵର ଦର୍ଶନ

Dhabaleswar: ଆସନ୍ତା ସପ୍ତାହରୁ ଧବଳେଶ୍ଵର ଦର୍ଶନ

Dhabaleswar Temple Bridge
Share this:

ଆଠଗଡ: Dhabaleswar ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ଭକ୍ତ ଏବଂ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହରେ ୪ ଦିନ ସର୍ବସାଧାରଣ ଡଙ୍ଗାଯୋଗେ ନଦୀ ପାର୍‍ ହୋଇ ଠାକରଙ୍କୁ ଦର୍ଶନ ପାଇଁ ଯାଇପାରିବେ ବୋଲି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି।

ଡଙ୍ଗାରେ ଭକ୍ତମାନେ ନଦୀ ପାରି ହୋଇ ବାବା ଧବଳେଶ୍ୱରଙ୍କୁ (Dhabaleswar) ଦର୍ଶନ କରିପାରିବେ। ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ ଏବଂ ଶ୍ରଦ୍ଧାଳୁମାନେ ମଙ୍ଗଳବାରଠାରୁ ଦର୍ଶନ ସୁବିଧା ପାଇପାରିବେ। ତେବେ ଗହଳି ଦିନ ଗୁଡ଼ିକରେ ଡଙ୍ଗା ଜରିଆରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯିବ।

Advertisement

amazon_sale

ସୂଚନା ଅନୁସାରେ ଡଙ୍ଗାରେ ଲାଇଫ୍‍ ଜ୍ୟାକେଟ୍‍, ଯାତ୍ରୀ ସଂଖ୍ୟା ଏବଂ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଝୁଲା ପୋଲ ମରାମତି ନ ସରିବା ପର୍ଯ୍ୟନ୍ତ ଏହା ଉପରେ ଯାତାୟାତ କରିବା ସୁରକ୍ଷିତ ହେଉନଥିବାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି।

Read Also | Odisha Winter Temperature: ଓଡ଼ିଶାରେ ବଢୁଛି ଶୀତ, କମୁଛି ତାପମାତ୍ରା

Advertisement

Share this:

Leave a Reply

Your email address will not be published. Required fields are marked *