ହାଇଦ୍ରାବାଦ: ଚାକିରି ପାଇବା ପାଇଁ ଜଣେ ମହିଳା ପ୍ରାର୍ଥୀ ଅଜବ ଉପାୟ ପ୍ରୟୋଗ କରିଛନ୍ତି। ତେଲେଙ୍ଗାନା ରାଜ୍ୟ ପୋଲିସ୍ ଫୋର୍ସରେ ନିଯୁକ୍ତି ପାଇଁ ଜଣେ ମହିଳା ପରକ୍ଷାର୍ଥୀ (Telangana woman) ଶାରୀରିକ ମାପ ପରୀକ୍ଷା ସମୟରେ ଉଚ୍ଚତା ବଢାଇବା ପାଇଁ କେଶ ଭିତରେ ଏମ-ସିଲ୍ ମହମକୁ ଲେପନ କରିଥିଲେ। କିନ୍ତୁ ଚୟନ ପ୍ରକ୍ରିୟାରେ ସେ ଧରାପଡିଥିଲେ।
ସୂଚନା ଅନୁସାରେ ବୁଧବାର ମେହେବୁବନଗରରେ ପୋଲିସ୍ କନଷ୍ଟେବଳ ତଥା ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଶାରୀରିକ ମାପ ପରୀକ୍ଷା ସମୟରେ ଏହି ଘଟଣା ଘଟିଛି। ପୋଲିସର ଚାକିରି ପାଇବାକୁ ହତାଶ ହୋଇ ଜଣେ ତେଲେଙ୍ଗାନା ମହିଳା ଏମ-ସିଲ ମହମକୁ ନିଜ କେଶରେ ପେଷ୍ଟ କରିଛନ୍ତି।
ପୋଲିସ ନିଯୁକ୍ତି ଦାୟିତ୍ଵରେ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ଯେତେବେଳେ ମହିଳା ଜଣଙ୍କ (Telangana woman) ଉଚ୍ଚତା ମାପ ଉପକରଣରେ ଠିଆ ହୋଇଥିଲେ ସେତେବେଳେ ଏହି ଜାଲିଆତ ଘଟଣା ସାମ୍ନାକୁ ଆସିଥିଲା। ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ସମ୍ପୃକ୍ତ ମହିଳା ପରକ୍ଷାର୍ଥୀଙ୍କ ଇଲେକ୍ଟ୍ରୋନିକ୍ ଉପକରଣରେ ଉଚ୍ଚତା ଏବଂ ଓଜନର ମ୍ୟାପ କରାଗଲା ତାଙ୍କର କୌଣସି ତଥ୍ୟ ମେସିନରେ କିଛି ଡିସପ୍ଲେ ହେଲା ନାହିଁ।
Advertisement
ପରେ ଜଣେ ମହିଳା କର୍ମଚାରୀ ତାଙ୍କୁ ଯାଞ୍ଚ କରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ପ୍ରାର୍ଥୀ ତାଙ୍କ କେଶ ତଳେ ଏମ-ସିଲ ମହମକୁ ଲେପନ କରିଛନ୍ତି। ନିଯୁକ୍ତି କାର୍ଯ୍ୟାଳୟ କହିଛି ଯେ ସେନ୍ସର ଲଗାଯାଇ ଉଚ୍ଚତା ଏବଂ ଓଜନର ମାପ ନିଆଯାଉଛି।
ରିପୋର୍ଟ ଅନୁଯାୟୀ, ମହବୁବନଗର ପୋଲିସ ଏସପି କହିଛନ୍ତି ଯେ କେବଳ ପ୍ରକୃତ ପ୍ରାର୍ଥୀ ଚୟନ ହେବା ନିଶ୍ଚିତ କରିବାକୁ ସେମାନେ ସଠିକତା ପାଇଁ ଶାରୀରିକ ପରୀକ୍ଷଣରେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରୁଛନ୍ତି।
ସୂଚନା ଯୋଗ୍ୟ, ୨ ଲକ୍ଷ ୩୭ ହଜାରରୁ ଅଧିକ ପ୍ରାର୍ଥୀ ପୋଲିସ କନଷ୍ଟେବଳ ଏବଂ ସବ୍-ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିଛନ୍ତି। ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର ୧୧ଟି କେନ୍ଦ୍ରରେ ଶାରୀରିକ ମାପ ଏବଂ ଦକ୍ଷତା ପରୀକ୍ଷା କରୁଛି।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ


