ଭୁବନେଶ୍ଵର: No Need For Any High Court Bench In Odisha Says Supreme Cour ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଚାଲିଥିବା ଆନ୍ଦୋଳନକୁ ଝଟକା ଲାଗିଛି। ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ଓକିଲମାନେ ସମ୍ବଲପୁରରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଇଛନ୍ତି।
ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଚାଲିଥିବା ଆନ୍ଦୋଳନ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣିବେଳେ ଏଭଳି କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନର ଭୌଗୋଳିକ ସ୍ଥିତି ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ରୋକଠୋକ ଶୁଣାଇଛନ୍ତି।
ସେହିପରି ଓକିଲ ସଂଘଠାରୁ ସର୍ବୋଚ୍ଚ ଅଦାଲତ ବିସ୍ତୃତ ରିଜୋଲ୍ୟୁସନ ମାଗିଛନ୍ତି। ଓକିଲ ସଂଘର ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ ଯେପରିଭାବେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି, ସେହି ଅନୁଯାୟୀ ଆଉ ବେଞ୍ଚ ପ୍ରତିଷ୍ଠାର (High Court Bench In Odisha) ଆଶା ନାହିଁ ବୋଲି ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଇନଜୀବୀମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିଲେ। ଏଥିଯୋଗୁଁ କୋର୍ଟ କାର୍ଯ୍ୟ ବାରମ୍ବାର ପ୍ରଭାବିତ ହୋଇଥିଲା। ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଗତ ସୋମବାର ସମ୍ବଲପୁରରେ ଆଇନଜୀବୀମାନେ ଉଗ୍ର ରୂପ ପ୍ରଦର୍ଶନ କରିଥିଲେ।
ସବୁଠୁ ବଡ଼ କଥା ହେଉଛି ପୁଲିସ୍ ଉପସ୍ଥିତିରେ ଏଭଳି ଘଟଣା ଘଟିବାରୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆଜି ଉଭୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିବା ଜଣାପଡିଛି।
Read Also
- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ

- Maha Vishuba Sankranti: ମହାବିଷୁବ ସଂକ୍ରାନ୍ତି 2026 ଓଡ଼ିଆ ନବବର୍ଷର ଗୁରୁତ୍ୱ, ପରମ୍ପରା ଓ ପାଳନ ପ୍ରଣାଳୀ

- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର


