Home » ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ସଙ୍ଗୀତ ଏବଂ ଗୀତିକାରଙ୍କୁ ସମ୍ମାନ-ଧର୍ମେନ୍ଦ୍ର ପ୍ରଧାନ

ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ସଙ୍ଗୀତ ଏବଂ ଗୀତିକାରଙ୍କୁ ସମ୍ମାନ-ଧର୍ମେନ୍ଦ୍ର ପ୍ରଧାନ

Share this:

ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ଏହି ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସାଧୁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଲୋକଗୀତ ରଙ୍ଗବତୀ ଓଡ଼ିଶାରୁ ବାହାରି ସମଗ୍ର ବିଶ୍ୱରେ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲା। ଏହି ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ଏହି ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଉଲ୍ଲେଖନୀୟ ଯେ, ସମ୍ବଲପୁର ଜିଲ୍ଲା ବିଲୁଙ୍ଗ ରଙ୍ଗବତୀ କ୍ରୀଡା ସଂସ୍କୃତ ଏକାଡେମୀର ସଚିବ ମିତ୍ରଭାନୁ ଗୌନ୍ତିଆଙ୍କ ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ୧୮ଡିସେମ୍ବରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ବାମରା ତହସିଲ ଅଧୀନ ବିଲୁଙ୍ଗ ଗାଁକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରିବା ନେଇ ଖୁବଶୀଘ୍ର ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏ ନେଇ ଜଣାଇଥିବା ସେ ପତ୍ରରେ ଉଲ୍ଲେଖ କରିଥିଲେ। ଏହାର ପ୍ରତି ଉତ୍ତରରେ ଶ୍ରୀ ଶାହ ଚଳିତବର୍ଷ ଜାନୁଆରୀ 3 ତାରିଖରେ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି କ୍ରମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନଓସି ମିଳିବା ପରେ ବିଲୁଙ୍ଗ ଗାଁର ନାମ ରଙ୍ଗବତୀ ବିଲୁଙ୍ଗକୁ ପରିବର୍ତ୍ତନ କରାଯାଇଛି। ଏ ନେଇ ଆଜି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

Share this: