Home » ରାଜ୍ୟ ରେ ଆଜି ସୁସ୍ଥ ହେଲେ ୬୮୭ ଜଣ କରୋନା ଆକ୍ରାନ୍ତ

ରାଜ୍ୟ ରେ ଆଜି ସୁସ୍ଥ ହେଲେ ୬୮୭ ଜଣ କରୋନା ଆକ୍ରାନ୍ତ

covid19 negative
Share this:

ରାଜ୍ୟରେ ଆଜି  ଆଉ ୬୮୭ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୬୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ୩୦୭ ଜଣ,ଗଜପତି ରୁ ୨୩ ଜଣ ,କୋରାପୁଟ ରୁ ୧୭, ବରଗଡ଼ ରୁ ୧୨ ଜଣ, ଜଗତସିଂପୁର ରୁ ୫୯ ଜଣ , କଟକ ରୁ ୨୪ ଜଣ, କେଉଁଝର ରୁ ୧୪ ଜଣ, ଭଦ୍ରକ ରୁ ୫୨ ଜଣ , ମାଲକାନଗିରିର ରୁ ୧୮ଜଣ,ନୟାଗଡ ରୁ ୩୫ ଜଣ ,ଝାରସୁଗୁଡା ରୁ ୩୦ ଜଣ ,ଯାଜପୁର ରୁ ୨୫ ଜଣ,କନ୍ଧମାଳ  ରୁ ୧୬ ଜଣ , ଅନଗୁଳ ରୁ ୫  ଜଣ ସୁସ୍ଥ ହୋଇଛନ୍ତି। ରାୟଗଡା ରୁ ୧୦ ଜଣ, ବାଲେଶ୍ଵର ,କେନ୍ଦ୍ରାପଡ଼ା ଓ ସମ୍ବଲପୁର ରୁ ୧୧ ଜଣ ଲେଖାଏଁ ,ନବରଙ୍ଗପୁର ରୁ ୩ ଜଣ , କଳାହାଣ୍ଡି ରୁ ୨ ଜଣ ,ବଲାଙ୍ଗୀରି  ଓ ସୁନ୍ଦରଗଡ଼ ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Share this: