Home » Weather Report: ୧୯ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

Weather Report: ୧୯ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

Weather Report of Odisha
Share this:

ଭୁବନେଶ୍ଵର: ଓଡିଶା ଉପରେ ଦକ୍ଷିଣ- ପଶ୍ଚିମ ମୌସୁମୀ ଏବେ ବି ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡିଶା, ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବହୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

✱To Become Amazon Prime Member @129/month … Click Here✱

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାର କେତେକ ସ୍ଥାନରେ ବଜ୍ରପାତ ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି।

ପୁଣି ୧୯ତାରିଖରେ କେନ୍ଦ୍ରୀୟ ବଙ୍ଗୋବସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Share this: