Weather Report: ଭୁବନେଶ୍ୱର ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ
ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେଉଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ର ଦୁଇ ପାହାଡ଼ିଆ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ଦୁଇ ପଞ୍ଚାୟତରଏକାଧିକ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି। ଗତ ୨୪ ଘଣ୍ଟାମଧ୍ୟରେ ପାତ୍ରପୁରଠାରେ ୧୧୮ଦଶମିକ୍ ୩ ମିଲିମିଟର ବର୍ଷା ହୋଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର କାଶିନଗର, ରାୟଗଡ଼, ଆର୍. ଉଦୟଗିରି…
