Home » ଓଡ଼ିଶା » Page 84

ରଥଯାତ୍ରାକୁ କୁ ନେଇ ସେବାୟତ,ପ୍ରଶାସନ ଏବଂ ସହଯୋଗ ପାଇଁ ଓଡ଼ିଶାବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସେବାୟତ,ମନ୍ଦିର ପ୍ରଶାସନ,ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ : ଗଜପତି ଦିବ୍ୟସିଂହ ଦେବ କୋଭିଡ଼-୧୯ ର କଟକଣା କୁ ପାଳନ କରି ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଲେ କିନ୍ତୁ ଓଡ଼ିଶା ସରକାରଙ୍କ  ପାଖରେ ସମୟ ଥିଲା ମାତ୍ର କେତେ ଘଣ୍ଟା। କିନ୍ତୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡ଼ିଥିଲା କିପରି ସୂଚାରୁ ରୂପେ ପ୍ରଭୁଙ୍କର ରଥଯାତ୍ରା ସମ୍ପୂର୍ଣ୍ଣ ହେବ। ଅତିସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀ ଙ୍କୁ ଧରି  ଶ୍ରୀମନ୍ଦିରକୁ…

Read More

ରାଜ୍ୟରେ ପୁଣି ୪୬୯ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୪୬୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୧୭    ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୨   ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୦ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୧୬ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରୁ ୯୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ…

Read More

ନୀଳାଦ୍ରି ବିଜେ କଲେ ମହାପ୍ରଭୁ

ପୁରୀ : ନବଦିନର ଯାତ୍ରା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ କରି  ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି। ଘଣ୍ଟଘଣ୍ଟାର ତାଳେ ତାଳେ, ମୃଦଙ୍ଗ, ବିଜେକାହାଳି ବାଦ୍ୟରେ,ହରିବୋଲଏବଂ ହୁଳହୁଳି ରେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିର କୁ  ବିଜେ କରିଛନ୍ତି। ଚଳିତ ବର୍ଷ ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ଶେଷ ହୋଇଛି। ପ୍ରଥମେ ରାମକୃଷ୍ଣ ଏବଂ ମଦନମୋହନ ବିଜେ କରିଥିଲେ। ପରେ ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଜଗତର  ନାଥ…

Read More

ବର ସମେତ ୫ ଗିରଫ,ମେ’ଫେୟାର ହୋଟେଲ ସିଲ୍

ବ୍ରହ୍ମପୁର : କୋଭିଡ଼-୧୯ ର ଏତେ କଠୋର କଟକଣା ଥିବା ପରେ ବି ଏହାକୁ ଖାତିର ନକରି ଧୂମଧାମରେ ପଞ୍ଚତାରକା ହୋଟେଲରେ ବିବାହ ଉତ୍ସବ ପାଳନ କରିବା ବ୍ରହ୍ମପୁର ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି। କୋଭିଡ ନିୟମ ଭାଙ୍ଗି ବିବାହ ଉତ୍ସବ କରିଥିବା ଅଭିଯୋଗରେ ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି। ଏହାସହତ ପ୍ରଶାସନ ତରଫରୁ  ବିବାହ ଉତ୍ସବ କରାଯାଇଥିବା ହୋଟେଲ ମେ’ଫେୟାରକୁ ସିଲ କରାଯାଇଛି। ସୂଚନା…

Read More

ଅନୁଗୋଳ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୬

ଅନୁଗୋଳ : ପୁଣି  ଅନୁଗୋଳ ଜିଲ୍ଲାରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୂଚନା ଅନୁସାରେ,ବଅଁରପାଳ ସ୍ଥିତ ଏକ ଶିଳ୍ପସଂସ୍ଥାରୁ ୬ ଚିହ୍ନଟ ହୋଇଛନ୍ତି ।  ସେହିପରି କିଶୋରନଗର ବ୍ଲକରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣିହାଁ ଶିଳ୍ପାଞ୍ଚଳରୁ ଜଣେ ଓ ସ୍ଥାନୀୟ ଜଣେ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ ମୋଟ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ ସୁସ୍ଥ ହୋଇ…

Read More

କରୋନା ସଂକ୍ରମଣ ପାଇଁ ଓଡ଼ିଶାରେ ବୋଲବମ ଯାତ୍ରା ଏବର୍ଷ ହେବନାହିଁ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଏ ବର୍ଷ  ଶ୍ରାବଣ ମାସ ବୋଲବମ୍ ଯାତ୍ରା ବନ୍ଦ ରହିବ।ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମ‌ାର ଜେନା ଏହି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧର୍ମପୀଠ ବନ୍ଦ…

Read More

ରାଜ୍ୟରେ ପୁଣି ୪୯୫ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୪୯୫    କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୫୫    ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୦  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୪ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୬ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଖୋର୍ଦ୍ଧା ଜିଲ୍ଲାରେ ୫୦  ଓ ମୟୂରଭଞ୍ଜ ରେ…

Read More

ଭୁବନେଶ୍ଵର ର ୪ଟି ଘରୋଇ ପରୀକ୍ଷାଗାର ରେ କୋଭିଡ଼-୧୯ ର ପରୀକ୍ଷା;ସର୍ବାଧିକ ପରୀକ୍ଷାମୂଲ୍ୟ ୨୨୦୦ ଟଙ୍କା

କରୋନା ଭୂତାଣୁ ରୋଗ ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଗ୍ରାମାଞ୍ଚଳର ପ୍ରତିଟି ଘର ଏବଂ ସହରାଞ୍ଚଳର ବସ୍ତି ଅଞ୍ଚଳରେ ଘରକୁ ଘର ସର୍ଭେ କରାଯିବ। ଆଶାକର୍ମୀମାନେ…

Read More

ଆଜି ଅନୁଗୋଳ ରେ ସର୍ବାଧିକ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ସହ,ମୋଟ ପଜିଟିଭ ସଂଖ୍ୟା ୯୬ ; ଶନିବାର ଓ ରବିବାର ସଟଡାଉନ

ଆଜି  ଅନୁଗୋଳ ଜିଲ୍ଲାରେ ଦିନକରେ ୨୪  ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାକୁ ଚଳିତ ମାସପାଇଁ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର କୁ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାରି ସଟ୍ ଢ଼ାଉନ୍ ଘୋଷଣା କରିଛନ୍ତି। ସପ୍ତାହର ଅନ୍ୟ ପାଞ୍ଚ ଦିନ ପାଇଁ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ଗୁଡ଼ିକ ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ଏକ ଘରୋଇ ଶିଳ୍ପ ସଂସ୍ଥାରେ…

Read More

ବିପିୟୁଟି ଶେଷ ସେମିଷ୍ଟାର ଅନଲାଇନ ପରୀକ୍ଷା ପଦ୍ଧତି କୁ ନେଇ ବିଜେପି ଯୁବମୋର୍ଚ୍ଚା ର ପ୍ରେସମିଟ୍

ଜୁନ ୨୭ ରେ ବିପିୟୁଟି କତୃପକ୍ଷ ଫାଇନାଲ ପରୀକ୍ଷା ପାଇଁ ନୋଟିସ ପ୍ରକାଶିତ କରିଛନ୍ତି। ଏହି ନୋଟିସ କୁ ନେଇ ବିଜେପି ଯୁବମୋର୍ଚ୍ଚା ପ୍ରଶ୍ନ ଉଠାଇଛି। ଆଜି ଭୁବନେଶ୍ଵର  ପାର୍ଟୀ ଅଫିସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି, ଇରାସିସ ଆଚାର୍ଯ୍ୟ କହିଲେ ,ନବୀନ ସରକାରଙ୍କ ୨୦ ବର୍ଷ ର ନିରଙ୍କୁଶ ଶାସନ ପରେ ଆଜି ଓଡ଼ିଶାର ଛାତ୍ରଯୁବକ ଚରମ ଅବହେଳା ର ଶିକାର ହୋଇଛନ୍ତି। ବିପିୟୁଟି ନିଜର ତୋଗଲୋକି ଫର୍ମାନ…

Read More

କୋଇଲାଖଣି ଘରୋଇକରଣ କୁ ବିରୋଧ କରି ସର୍ବଭାରତୀୟ ଶ୍ରମିକ ସଂଘଠନ ଙ୍କ ଧର୍ମଘଟର ୨ ୟ ଦିନ

ତାଳଚେର : (ମହିମାଲାଇଭ ) ସର୍ବଭାରତୀୟ ସ୍ତରରେ ଦିଆଯାଇଥିବା କୋଇଲାଖଣି ଧର୍ମଘଟ ସହିତ ତାଳଚେର ଅଞ୍ଚଳ ରେ ଥିବା କୋଇଲା ଖଣି ଶ୍ରମିକ ସଂଘଠନ ତରଫରୁ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଧର୍ମଘଟ ଆଜି ୨ ୟ ଦିନରେ ପହଞ୍ଚିଛି। ତାଳଚେର ରେ ଥିବା ସମସ୍ତ ନଅ ଟି କୋଇଲାଖଣି ଗୁଡିକର ଉତ୍ପାଦନ ରେ ବାଧାପ୍ରାପ୍ତ ହୋଇଛି। ଟ୍ରେଡ ୟୁନିଅନର ପ୍ରମୁଖ ଦାବି : କୋଇଲା କୁ ବ୍ୟବସାୟିକ ଖଣି  କରିବା ନିଷ୍ପତ୍ତି ଫେରାଇ ନିଆଯାଉ…

Read More