Weather Report: ଆଜି ଓଡ଼ିଶାରେ ପ୍ରବଳ ବର୍ଷା, ପବନର ବେଗ ଘଣ୍ଟା ପ୍ରତି ୬୫ କିଲୋମିଟର ହୋଇପାରେ
ଭୁବନେଶ୍ଵର: ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ତୀବ୍ର ଅବପାତରେ ପରିଣତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ବିଶାଖାପଟନମ୍ ମଧ୍ୟରେ ଆଜି ରାତି ସୁଦ୍ଧା ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା…
