Home » Weather Report: ୯ରୁ ଲଘୁଚାପ, ପ୍ରବଳ ବର୍ଷା

Weather Report: ୯ରୁ ଲଘୁଚାପ, ପ୍ରବଳ ବର୍ଷା

Weather Report of Odisha
Share this:

ଭୁବନେଶ୍ଵର: ଆସନ୍ତା ଶୁକ୍ରବାର ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆସନ୍ତା ୧୧ତାରିଖରେ ଦକ୍ଷିଣ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଜଣାପଡିଛି।

ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗସିଂହପୁର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Also Read|CBI ର ପୂର୍ବତନ ମୁଖ୍ୟ ତଥା ପୂର୍ବତନ ନାଗାଲାଣ୍ଡ-ମଣିପୁରର ରାଜ୍ୟପାଳ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା

Share this:

Leave a Reply

Your email address will not be published. Required fields are marked *