Home » Hingula Mandir: ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ MCL ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର:ଧର୍ମେନ୍ଦ୍ର ପ୍ରଧାନ

Hingula Mandir: ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ MCL ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର:ଧର୍ମେନ୍ଦ୍ର ପ୍ରଧାନ

hingula mandir talcher
Share this:

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର (Talcher) ଗୋପାଳପ୍ରସାଦ ସ୍ଥିତ ମା’ହିଙ୍ଗୁଳା ମନ୍ଦିର (Maa Hingula Mandir) ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ (MCL) ବୋର୍ଡ ସିଏସଆର ପାଣ୍ଠିରୁ ୯ କୋଟି ୩୨ ଲକ୍ଷ ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Pralhad Joshi) ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ନେଇ ଶ୍ରୀ ଯୋଶୀଙ୍କୁ ପତ୍ର ଲେଖି ଜଣାଇଥିଲେ। ତାଳଚେର ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ପ୍ରସ୍ତାବ ଅନୁସାରେ ହିଙ୍ଗୁଳା ମନ୍ଦିର ସମ୍ମୁଖରେ ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟ ପାଇଁ ଏମସିଏଲର ସିଏସଆର ପାଙଋିରୁ ଲୋକଙ୍କ ସୁବିଧା ପାଇଁ ଆର୍ଥିକ ସହାୟତା  ଯୋଗାଇବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ। ଏହି ସହାୟତା ଦ୍ୱାରା ଶ୍ରଦ୍ଧାଳୁମାନେ ଉପକୃତ ହେବା ସହ ସ୍ଥାନୀୟ ଅଂଚଳରେ ପର୍ଯ୍ୟଟନର ସୁବିଧା ମଧ୍ୟ ବଢିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ। ଏହାର ପ୍ରତ୍ୟୁତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ତାଳଚେର ଗୋପାଳପ୍ରସାଦ ଅଂଚଳ ପାଇଁ ଏମଏସିଏଲ୍ ବୋର୍ଡ ସିଏସଆର ପାଙଋିରୁ ୯ କୋଟି ୩୨ ଲକ୍ଷ ଟଙ୍କା ମଞ୍ଜୁର କରିଛି। ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଏବଂ ପର୍ଯ୍ୟଟନରେ ସୁବିଧା ଯୋଗାଇବା ପାଇଁ ଏହି ଆର୍ଥିକ ସହାୟତାକୁ ଅନୁମୋଦନ ଦିଆଯାଇଛି ବୋଲି ସେ କହିଛନ୍ତି।

amazon-adv

Also Read | ତାଳଚେର ସ୍ଥିତ MCL ହସ୍ପିଟାଲକୁ କୋଭିଡ୍‍ ହସ୍ପିଟାଲ କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

Leave a Reply

Your email address will not be published. Required fields are marked *