Home » Mo Seba Kendra: ମୋ ସେବା କେନ୍ଦ୍ର ଏବଂ ଓଡ଼ିଶା ୱାନ୍‍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Mo Seba Kendra: ମୋ ସେବା କେନ୍ଦ୍ର ଏବଂ ଓଡ଼ିଶା ୱାନ୍‍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

naveen patnaik
Share this:

ଭୁବନେଶ୍ଵର: ଆଜି ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଫାଇଭ୍‍ ଟି (5-T) ଉପକ୍ରମ ଅନୁସାରେ ୩ ହଜାରରୁ ଅଧିକ ମୋ ସେବା କେନ୍ଦ୍ର(Mo Seba Kendra) ଏବଂ ଓଡ଼ିଶା ୱାନ୍‍ (Odisha One) ପୋର୍ଟାଲ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ସେ କହିଛନ୍ତି, ମୋ ସେବା କେନ୍ଦ୍ର ଦ୍ୱାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ। ଏଥି ପାଇଁ ସେମାନଙ୍କୁ ବାରମ୍ବାର ଅଫିସ୍‍ ଆସିବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବା କେନ୍ଦ୍ର ଖୋଲାଯିବ। ଏହାଦ୍ୱାରା ୮ ହଜାର ଯୁବକ-ଯୁବତୀ ଆତ୍ମନିଯୁକ୍ତିର ସୁଯୋଗ ପାଇପାରିବେ।

ସେହିପରି କମ୍ପ୍ୟୁଟର ଜାଣିଥିବା ବ୍ୟକ୍ତିଙ୍କ ପାଇଁ ଓଡ଼ିଶା ୱାନ୍‍ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ। ଏହି ଦୁଇ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

[amazon_auto_links id=”9939″]

Also Read | Bus Fare:ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା

Share this: