Home » OAS Preliminary Exam: ଆସନ୍ତା ଅଗଷ୍ଟ ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

OAS Preliminary Exam: ଆସନ୍ତା ଅଗଷ୍ଟ ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

opsc aso
Share this:

ଭୁବନେଶ୍ଵର: କରୋନା ସଂକ୍ରମଣ (Coronavirus) କୁ ନେଇ ପୂର୍ବରୁ ସ୍ଥଗିତଥିବା ଓଡ଼ିଶା ପ୍ରଶାସନିକ ସେବା (Odisha Civil Services-2020) ପ୍ରିଲିମିନାରୀ ପରୀକ୍ଷା (Preliminary Exam) ଆସନ୍ତା ଅଗଷ୍ଟ ୨୭ ଶୁକ୍ରବାର ଅନୁଷ୍ଠିତ ହେବ। ଆଜି ଏ ନେଇ ଓଡ଼ିଶା ଲୋକସେବା ଆୟୋଗ (Odisha public service Commission) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଅନୁସାରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଟିତ ହେବ। ସକାଳ ୧୦ରୁ ଦିନ ୧୨ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜ ଫାଷ୍ଟ ପେପର (General Studies Paper-I) ୧୦୦ଟି ପ୍ରଶ୍ନ ଏବଂ ୧.୩୦ ରୁ ୩.୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜର ଦ୍ୱିତୀୟ ପେପର (General Studies Paper-II) ୮୦ ଟି ପ୍ରଶ୍ନର ପରୀକ୍ଷା ଅନୁଷ୍ଟିତ ହେବ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯାଇଛି।

Also Read | Covid-19 ଯୋଗୁଁ ଟିବି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି କୌଣସି ପ୍ରମାଣ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *