କଟକ: OPSC ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମିନାରୀ ପରୀକ୍ଷା ୨୦୨୧ (Odisha Civil Service Preliminary Examination-2021) ଆସନ୍ତା ଅକ୍ଟୋବର ୧୬ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୧୬ ତାରିଖ ରବିବାର ଦିନ ଏହି ପରୀକ୍ଷା ହେବା ନେଇ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ବିଜ୍ଞପ୍ତି ପ୍ରକାଶ କରିଛି। ଓପିଏସ୍ସି ୱେବସାଇଟ୍ରୁ ପରୀକ୍ଷାର୍ଥୀମାନେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।
ପ୍ରିଲିମିନାରୀ ପରୀକ୍ଷାର କାର୍ଯ୍ୟକ୍ରମର ବିବରଣୀଗୁଡିକ ଠିକ୍ ସମୟରେ ସୂଚିତ କରାଯିବ। ଏହି ପ୍ରସଙ୍ଗରେ ଅଧିକ ସୂଚନା ପାଇଁ ନିୟମିତ ଭାବେ http://opsc.gov.in ରେ ଆୟୋଗର ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।
[amazon_auto_links id=”9939″]
